ଚାହୁଁ ଚାହୁଁ ଜଳିଗଲା ଡାଲି ବୋଝେଇ ଟ୍ରକ୍। ଭୁବନେଶ୍ଵର ଉପକଣ୍ଠ ବାଲିପାଟଣା ଥାନା ଅମଣାକୁଦ ଛକ ନିକଟରେ ଅଘଟଣ ଘଟିଛି। ଆଜି ଭୋର ୪ଟା ସମୟରେ ଟ୍ରକ୍ଟି ରାୟପୁରରୁ ଡାଲି ବୋଝେଇ କରି କୋଣାର୍କ ଅଭିମୁଖେ ଯାଉଥିଲା। ଅମଣାକୁଦ ଛକରେ ଟ୍ରକରେ ନିଆଁ ଲାଗିଯାଇଥିବା ଡ୍ରାଇଭର ହଠାତ୍ ଜାଣି ପାରିଥିଲେ। ସଙ୍ଗେସଙ୍ଗେ ଦମକଳ ବାହିନୀକୁ ଖବର ଦେଇଥିଲେ। ଅଗ୍ନିଶମ ବାହିନୀ ପହଞ୍ଚିଲା ବେଳକୁ ଟ୍ରକ୍ଟି ରାସ୍ତା ଉପରେ ହୁତୁହୁତୁ ହୋଇ ଜଳୁଥିଲା। ରାସ୍ତାକଡରେ ଅଗ୍ନିକାଣ୍ଡ ଘଟିଥିବାରୁ ଯାଆ ଆସ କିଛି ସମୟ ପାଇଁ ବାଧାପ୍ରାପ୍ତ ହୋଇଥିଲା। ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଛି। ଯାନ୍ତ୍ରିକ ତ୍ରୁଟି ପାଇଁ ଏପରି ଅଗ୍ନିକାଣ୍ଡ ଘଟିଥିବା ଅନୁମାନ କରାଯାଉଛି।