ଅନ୍ତର୍ଜାତୀୟ କ୍ରିକେଟ୍ରୁ ରବିବାର ଅବସର ଘୋଷଣା କରିଛନ୍ତି ମୋଏନ ଅଲି। ସେ ଇଂଲଣ୍ଡ କ୍ରିକେଟ ଟିମ୍ର ଜଣେ ଦକ୍ଷ ଅଲ୍ରାଉଣ୍ଡର।ଇଂଲଣ୍ଡ ପାଇଁ ଦୁଇ ଥର ବିଶ୍ଵକପ୍ ଜିତିଥିବା ମୋଇନ୍ ତାଙ୍କ ୧୦ ବର୍ଷର କ୍ୟାରିୟରରେ ଅନେକ ଚମତ୍କାର ପ୍ରଦର୍ଶନ କରିଛନ୍ତି। ଅଷ୍ଟ୍ରେଲିଆ ବିପକ୍ଷ ହ୍ୱାଇଟ ବଲ୍ ସିରିଜ୍ ପାଇଁ ଇଂଲଣ୍ଡ ଦଳରେ ମୋଇନ୍ଙ୍କୁ ଚୟନ କରାଯାଇ ନ ଥିଲା, ଯେଉଁଥିପାଇଁ ସେ ଏହି ନିଷ୍ପତ୍ତି ନେଇଥିବା କୁହାଯାଉଛି। ମୋଏନଙ୍କ ଅବସର ଇଂଲଣ୍ଡ ପାଇଁ ଏକ ବଡ଼ ଝଟ୍କା ବୋଲି କୁହାଯାଉଛି। ସେ ୬୮ଟି ଟେଷ୍ଟ ମ୍ୟାଚ୍ ବ୍ୟତୀତ ୧୩୮ଟି ଓଡିଆଇ ଏବଂ ୯୨ ଟି-୨୦ ଖେଳିଥିଲେ। ଏହି ତିନୋଟି ଫର୍ମାଟ୍ରେ ମୋଏନ ଯଥାକ୍ରମେ ୨୦୪, ୧୧୧ ଏବଂ ୫୧ଟି ଓ୍ବିକେଟ୍ ହାସଲ କରିଥିଲେ। ଏହା ବ୍ୟତୀତ ମୋଏନଙ୍କ ଟେଷ୍ଟ ଫର୍ମାଟ୍ରେ ୩୦୯୪ ରନ୍ ସଂଗ୍ରହ କରିଛନ୍ତି। ଯେତେବେଳେ କି ଏହି ଅଲ୍ରାଉଣ୍ଡର ଓଡିଆଇ ଫର୍ମାଟ୍ରେ ୨୩୫୫ ରନ୍ ସ୍କୋର କରିଥିଲେ। ଏହି ସମୟରେ ମୋଏନ ଟି-୨୦ ଫର୍ମାଟ୍ରେ ୧୨୨୯ ରନ୍ ସ୍କୋର କରିଥିଲେ।