ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟିର ନଂ ୩ ଲଞ୍ଚ କମ୍ପେ୍ଲକ୍ସରୁ ଆଜି କ୍ଷେପଣାସ୍ତ୍ର ପରୀକ୍ଷଣ ହେବ । ଏଥିପାଇଁ ଏହି ଲଞ୍ଚ କମ୍ପେ୍ଲକ୍ସ ଆଖପାଖ ୨.୫ କିମି ପରିଧି ଭିତରେ ଥିବା ସ୍ଥାନୀୟ ଅଞ୍ଚଳର ୬ ଗ୍ରାମରୁ ୩୧୦୦ ଲୋକଙ୍କୁ ସ୍ଥାନାନ୍ତରଣ କରାଯିବ ।ସମସ୍ତ ଲୋକଙ୍କୁ ନିକଟସ୍ଥ ବାତ୍ୟା ଆଶ୍ରୟସ୍ଥଳୀ ଓ ଅସ୍ଥାୟୀ ଟେଣ୍ଟର ବ୍ୟବସ୍ଥା କରାଯାଇଛି। କ୍ଷେପଣାସ୍ତ୍ର ପରୀକ୍ଷାର ସୂଚାରୁ ପରିଚାଳନା ସହ ସୁରକ୍ଷା ପାଇଁ ପ୍ରତିରକ୍ଷା ବିଭାଗ, ଜିଲ୍ଲା ପ୍ରଶାସନ ଓ ପୁଲିସ୍ ପ୍ରଶାସନ ପକ୍ଷରୁ ଜନସାଧାରଣଙ୍କୁ ସ୍ଥାନାନ୍ତର କରାଯାଉଛି । ଜୟଦେବକସବା ପାହି ଓ ସାହାଜାନଗର ପାହି ଅଞ୍ଚଳରେ ୧୦୯୩, ଭୀମପୁର ପାହି ଓ ତୁଣ୍ଡରା ପାହି ଅଞ୍ଚଳରେ ୮୯୫, ଖଡୁପାହି ଓ କୁସୁମୁଳୀ ଅଞ୍ଚଳର ୧୧୧୨ ଜଣଙ୍କୁ ସ୍ଥାନାନ୍ତରଣ ପାଇଁ ବ୍ୟବସ୍ଥା କରାଯାଇଛି ।ସ୍ଥାନାନ୍ତରିତ ଲୋକଙ୍କ ପାଇଁ ଜଳଖିଆ ଓ ମଧ୍ଯାହ୍ନ ଭୋଜନ ଯୋଗାଇ ଦିଆଯିବ। ଏଥିସହିତ ପ୍ରତି ସାବାଳକଙ୍କୁ ୪୫୦ ଟଙ୍କା, ନାବାଳକଙ୍କୁ ୨୭୫ ଟଙ୍କା ପ୍ରଦାନ କରାଯିବ । ଗୋଖାଦ୍ୟ ପାଇଁ ପ୍ରତି ପରିବାରକୁ ୧୦୦ ଟଙ୍କା ଦିଆଯିବ । ଏହା ସହ ଆମୋଦପ୍ରମୋଦ ପାଇଁ ପ୍ରତି ଜଣଙ୍କୁ ୨୦ ଟଙ୍କା, ତାଲା ପାଇଁ ୪୦ ଟଙ୍କା ଦିଆଯିବ । ଏହି ଟଙ୍କା ସେହିଦିନ ପୂର୍ବାହ୍ନ ୧୧ଟା ସୁଦ୍ଧା ତାଙ୍କ ବ୍ୟାଙ୍କ୍ ଆକାଉଣ୍ଟରେ ପ୍ରଦାନ କରାଯିବ