ଆସନ୍ତା ୧୭ ତାରିଖ ମଙ୍ଗଳବାର ଦିନ ଓଡିଶା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ପ୍ରଧାନମନ୍ତ୍ରୀଙ୍କ ଗସ୍ତ ସୂଚୀ ନେଇ ସମ୍ପୂର୍ଣ୍ଣ ବିବରଣୀ ଆସିଛି। ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ କରିବେ ମୋଦୀ । ତେବେ ସ୍ୱତନ୍ତ୍ର ବିମାନ ଯୋଗେ ଭୁବନେଶ୍ୱରରେ ପହଞ୍ଚିବେ ପ୍ରଧାନମନ୍ତ୍ରୀ । ପରେ ସେଠାରୁ ସେ ଜନତା ମଇଦାନ ଯିବେ । ପରେ ଦିନ ଗୋଟାେ ସୁଦ୍ଧା କାର୍ଯ୍ୟକ୍ରମ ସାରି ସେ ପୁଣି ଦିଲ୍ଲୀ ଫେରିବାର କାର୍ଯ୍ୟକ୍ରମ ରହିଛି । ତେବେ ପୂର୍ବାହ୍ନ ୧୧ଟା ୩୫ରେ ଭୁବନେଶ୍ୱରରେ ପହଞ୍ଚିବେ ପ୍ରଧାନମନ୍ତ୍ରୀ । ପୂର୍ବାହ୍ନ ୧୧ଟା ୫୫ରେ ଜନତାରେ ମଇଦାନ ପହଞ୍ଚିବେ । ସେଠାରେ ୧୨ଟାରୁ ସଭା ଆରମ୍ଭ ହେବ।