ଗୁରୁବାର ଦିନ ଓଡିଶା ଗସ୍ତରେ ଆସୁଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା । ରାଜ୍ୟ ବିଜେପି କାର୍ଯ୍ୟାଳୟରେ ବସିବାକୁ ଥିବା ଗୁରୁତ୍ୱପୂର୍ଣ୍ଣ ବୈଠକରେ ହେବେ ସାମିଲ। ଏହି ଅବସରରେ ଦଳୀୟ ସାଂସଦ, ବିଧାୟକ ଓ କର୍ମକର୍ତ୍ତାଙ୍କ ସହ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି । ଏହାଛଡ଼ା ଦଳୀୟ ସଦସ୍ୟତା ଅଭିଯାନ ନେଇ ମଧ୍ୟ ଜେ ପି ନଡ୍ଡା ପରାମର୍ଶ ଦେବେ ।ବର୍ତ୍ତମାନ ରାଜ୍ୟର ସଦସ୍ୟତା ଅଭିଯାନ ଜାରି ରହିଛି ଏବଂ ଏକ କୋଟି ସଦସ୍ୟ ସଂଗ୍ରହ କରିବା ଲକ୍ଷ ରଖିଛି ରାଜ୍ୟ ବିଜେପି । ଆସନ୍ତାକାଲି ରାଜ୍ୟ ବିଜେପିକୁ ବଳ ଯୋଗାଇବା ପାଇଁ ଆସୁଛନ୍ତି ନଡ୍ଡା