ଚନ୍ଦ୍ରଚୂଡଙ୍କ ବାସଭବନରେ ପ୍ରଧାନମନ୍ତ୍ରୀ ମୋଦି ତାଙ୍କୁ ଭେଟିଥିବାର ଫଟୋ ଭାଇରାଲ ହେବାରେ ଲାଗିଛି। ଯାହାକୁ ନେଇ ଭାଜପା-ବିରୋଧୀ ମୁହାଁମୁହିଁ ହୋଇଛନ୍ତି। ଗଣେଶ ପୂଜା ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ଘରେ ପହଞ୍ଚି ପୂଜାର୍ଚ୍ଚନା କରିଛନ୍ତି। ମୋଦି CJI DY Chandrachud ବାସଭବନରେ ଆରତୀ କରୁଥିବାର ନଜର ଆସିଛନ୍ତି। ଯାହାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ବିରୋଧୀ। ଏହାକୁ କାଉଣ୍ଟର କରି ଭାଜପା କହିଛି, ଏହି ପୂଜା ଏବଂ ଆରତୀ ଦେଶର ଅନେକ ଲୋକଙ୍କ ନିଦ ହଜାଇବା ସହ ଖାଇବା ପିଇବା ବିଗାଡି ଦେଇଛି।ଶିବସେନା ନେତା ତଥା ରାଜ୍ୟ ସଭା ଏମପି ସଞ୍ଜୟ ରାଉତ କହିଛନ୍ତି, “EVMକୁ କ୍ଲିନ୍ ଚିଟ୍ ମିଳିବା, ମହାରାଷ୍ଟ୍ରରେ ଚାଲିଥିବା ସମ୍ବିଧାନ ବିରୋଧୀ ସରକାରଙ୍କ ଶୁଣାଣି ୩ ବର୍ଷ ହେଲା ତାରିଖ ପରେ ତାରିଖ ମିଳିବା, ଏସବୁ କାହିଁକି ଘଟୁଛି, ବୁଝିଯା’ନ୍ତୁ!!” ସେପଟେ ବିଜେପି ବିରୋଧୀଙ୍କ ଏପରି ଇଙ୍ଗିତକୁ ଖଣ୍ଡନ କରି ପ୍ରଧାନମନ୍ତ୍ରୀଙ୍କ ଗସ୍ତ କେବଳ ଗଣେଶ ପୂଜା ଉତ୍ସବରେ ସୀମିତ ଥିଲା, ଏହା ଆମ ସଂସ୍କୃତିର ଏକ ଅଂଶ ବୋଲି କହିଛି।