ଅଭିନେତ୍ରୀ ମଲାଇକା ଆରୋରାଙ୍କ ଉପରେ ଦୁଃଖର ପାହାଡ ଛିଡିପଡ଼ିଛି। ଅଭିନେତ୍ରୀଙ୍କ ବାପା ଅନିଲ ଆରୋରା ଏହି ଦୁନିଆରୁ ବିଦାୟ ନେଇଛନ୍ତି। ତାଙ୍କ ପିତା ଅନିଲ ଆରୋରାଙ୍କର ଦେହାନ୍ତ ହୋଇଛି। ଅନିଲ ଛାତରୁ ଡେଇଁ ଆତ୍ମହତ୍ୟା କରିଛନ୍ତି। ତାଙ୍କ ପରିବାର ଏବଂ ପରିଚିତମାନେ ଏହି ଖବର ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ମୁମ୍ବାଇ ପୋଲିସ ଅଭିନେତ୍ରୀଙ୍କ ଘରେ ପହଞ୍ଚିଛି। ମଲାଇକା ଏବଂ ତାଙ୍କ ପରିବାର ପାଇଁ ଏହା ଅତ୍ୟନ୍ତ ଦୁଃଖଦାୟକ ଏବଂ କଷ୍ଟକର ସମୟ ।। ବର୍ତ୍ତମାନ ଅଭିନେତାଙ୍କ ବାପାଙ୍କ ମୃତଦେହ ବାବା ଡାକ୍ତରଖାନାରେ ରଖାଯାଇଛି। ଏହି ଘଟଣା ବୁଧବାର ସକାଳ ୯ଟାରେ ଘଟିଥିବା ଜଣାପଡିଛି। ଖବରପାଇ ମୁମ୍ବାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।