ସ୍କୁଟି ସହ ଯୁବକଙ୍କୁ ଜାଳିଦେଲେ ଦୁର୍ବୃତ୍ତ । ପାଳ ଗଦାରୁ ମୃତଦେହ ଜବତ ।କନକ ବ୍ୟୁରୋ: ସୁନ୍ଦରଗଡ଼ ଲେଫ୍ରିପଡା ଥାନା ଅଞ୍ଚଳରେ ଜଘନ୍ୟ ହତ୍ୟାକାଣ୍ଡ । ନବୋଦୟ ସ୍କୁଲ ନିକଟରେ ଯୁବକଙ୍କୁ ସ୍କୁଟି ସହ ଜାଳିଦେଲେ ଦୁର୍ବୃତ୍ତ । ପାଳ ଗଦା ଭିତରୁ ସ୍କୁଟି ସହ ଅର୍ଦ୍ଧ ଦଗ୍ଧ ମୃତଦେହ ମିଳିବା ପରେ ସାମ୍ନାକୁ ଆସିଲା ଘଟଣା ।

ୟଏନେଇ ସ୍ଥାନୀୟ ଲୋକେ ପୋଲିସକୁ ଜଣାଇବା ପରେ ଲେଫ୍ରିପଡା ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ମୃତକଙ୍କ ପରିଚୟ ଜଣାପଡ଼ି ନଥିବା ବେଳେ କିଏ କାହିଁକି ଏଭଳି କାଣ୍ଡ ଘଟାଇଲା ତାହା ଜଣାପଡ଼ି ନାହିଁ ।