ପ୍ରବାସୀମାନଙ୍କ କେଓ୍ବାଇସିକୁ ନେଇ ସୋଫିଆ ପଚାରିଥିବା ପ୍ରଶ୍ନରେ ଖାଦ୍ୟ ଯୋଗାଣ ଓ ଉପଭୋକ୍ତା କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍ତି,ଅଗଷ୍ଟ ୨୨ରୁ ଇ-କେଓ୍ବାଇସି ଚାଲିଛି, ଏହା ଡିସେମ୍ବର ପର୍ଯ୍ୟନ୍ତ ଚାଲିବ। ପ୍ରବାସୀମାନେ ଆସିବା ଦରକାର ନାହିଁ। ଯିଏ ଯେଉଁଠାରେ ଅଛନ୍ତି, ସେଠାରେ ଇ-କେଓ୍ବାଇସି କରିପାରିବେ। ଯେଉଁଠି ଚାହିଁବେ ଉକ୍ତ ସେଣ୍ଟରକୁ ଯାଇ ମେଶିନରେ ଫିଙ୍ଗରପ୍ରିଣ୍ଟ୍ ଦେଇପାରିବେ।ରାଜ୍ୟ ସରକାର ନିକଟରେ ରାଶନକାର୍ଡରେ ଥିବା ସବୁ କାର୍ଡଧାରୀଙ୍କୁ ଆଧାର ସହ ଇ-କେଓ୍ବାଇସି ଲିଙ୍କ୍ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଯାହାଦ୍ୱାରା ଆଗକୁ ଆହୁରି ଅଯୋଗ୍ୟ କାର୍ଡଧାରୀଙ୍କ ନାମକୁ ହଟାଯାଇ ପାରିବ।୨୦୧୬-୧୭ରୁ ବର୍ତ୍ତମାନ ପର୍ଯ୍ୟନ୍ତ ରାଜ୍ୟ ସରକାର ରାସନ କାର୍ଡ ତାଲିକାରୁ ମୃତ ଓ ଅଯୋଗ୍ୟ ଆଧାରରେ ୧୬,୨୭,୯୨୦ ଜଣଙ୍କ ନାମ ହଟାଇ ଦେଇଛନ୍ତି। ଏହା ସହିତ ଏହି ସରକାରୀ ସୁଯୋଗରୁ ବଞ୍ଚିତଥିବା ଲୋକଙ୍କୁ ଏଥିରେ ସାମିଲ କରାଯାଇଛି।