ଅଣସଂଗଠିତ କ୍ଷେତ୍ରର ଶ୍ରମିକମାନଙ୍କୁ ସହାୟତା କରିବା ପାଇଁ କେନ୍ଦ୍ର ସରକାର ପରିବର୍ତ୍ତନଶୀଳ ମହଙ୍ଗା ଭତ୍ତାକୁ ସଂଶୋଧନ କରି ସର୍ବନିମ୍ନ ମଜୁରୀ ହାର ବୃଦ୍ଧି କରିଛନ୍ତି। । ନିର୍ମାଣ କାମ, ପରିବହନରେ ନିୟୋଜିତ ହେଉଥିବା ଶ୍ରମିକ, ପରିମଳ ବିଭାଗ, ଖଣି ଓ କୃଷିକ୍ଷେତ୍ରରେ କାମ କରୁଥିବା ଶ୍ରମିକଙ୍କ ପାଇଁ ଲାଗୁ ହେବ ଏହି ନୂଆ ନିୟମ । କୁଶଳି, ଅଣକୁଶଳୀ, ଅର୍ଦ୍ଧକୁଶଳୀ ଓ ଅତିକୁଶଳୀ ଶ୍ରମିକଙ୍କୁ ମିଳିବ ଏହି ବର୍ଦ୍ଧିତ ମଜୁରୀ । ଅଣକୁଶଳୀ ପାଇଁ ଦୈନିକ ୭୮୩ ଟଙ୍କା (ମାସିକ ୨୦,୩୫୮ ଟଙ୍କା), ଅର୍ଦ୍ଧକୁଶଳୀ ପାଇଁ ୮୬୮ ଟଙ୍କା (ମାସିକ ୨୨,୫୬୮ ଟଙ୍କା), ଦକ୍ଷ କ୍ଲରିକାଲ ଏବଂ ୱାଚ୍ ଆଣ୍ଡ ୱାର୍ଡ ପାଇଁ ଦୈନିକ ୯୫୪ ଟଙ୍କା (ମାସିକ ୨୪,୮୦୪ ଟଙ୍କା) ଏବଂ ଉଚ୍ଚ କୁଶଳୀ ପାଇଁ ଦୈନିକ ୧୦୩୫ ଟଙ୍କା ଅର୍ଥାତ୍ ମାସିକ ୨୬,୯୧୦ ଟଙ୍କା ଧାର୍ଯ୍ୟ କରାଯାଇଛି।