ବନ୍ଦ କରିଥିଲେ ନବୀନ, ଆରମ୍ଭ କରିବେ ମୋହନ । ଆସନ୍ତାବର୍ଷ ହେବ କଲେଜ ଛାତ୍ର ସଂସଦ ନିର୍ବାଚନ । କଟକ ଏବିଭିପି ରାଜ୍ୟ ଅଧିବେଶନରେ ଯୋଗ ଦେଇ ଏହି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । କହିଛନ୍ତି ପୂର୍ବ ସରକାର ଏହାକୁ ବନ୍ଦ କରି ରଖିଥିଲେ । କିନ୍ତୁ ନୂଆ ସରକାର ନିର୍ବାଚନ କରିବା ନେଇ ବିଚାର କରୁଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଏହି ଘୋଷଣା ପରେ ୭ ବର୍ଷ ହେବ ବନ୍ଦ ରହିଥିବା ଛାତ୍ର ସଂସଦ ନିର୍ବାଚନ ହେବା ଆଶା ବଢିଛି । ଯାହାକୁ ନେଇ ଖୁସିବ୍ୟକ୍ତ କରିଛନ୍ତି ଛାତ୍ରଛାତ୍ରୀ ।
ଏବର୍ଷ ସିନା ହେଲାନି, ଆସନ୍ତାବର୍ଷ ନିଶ୍ଚିତ ହେବ ଛାତ୍ର ସଂସଦ ନିର୍ବାଚନ । କଟକରେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦର ୪୯ତମ ରାଜ୍ୟ ଅଧିବେଶନରେ ମୁଖ୍ୟମନ୍ତ୍ରୀଙ୍କ ଏ ଘୋଷଣାରେ ଉତ୍ସାହିତ ଛାତ୍ରଛାତ୍ରୀ ।
ଏବର୍ଷ ସିନା ହେଲାନି, ଆସନ୍ତାବର୍ଷ ନିଶ୍ଚିତ ହେବ ଛାତ୍ର ସଂସଦ ନିର୍ବାଚନ । କଟକରେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦର ୪୯ତମ ରାଜ୍ୟ ଅଧିବେଶନରେ ମୁଖ୍ୟମନ୍ତ୍ରୀଙ୍କ ଏ ଘୋଷଣାରେ ଉତ୍ସାହିତ ଛାତ୍ରଛାତ୍ରୀ । ଦୀର୍ଘ ୭ ବର୍ଷ ପରେ କ୍ୟାମ୍ପସକୁ ପୁଣି ନିର୍ବାଚନ ଫେରିବାର ସ୍ପଷ୍ଟ ସଂକେତ ସହ ପୂର୍ବ ସରକାରକୁ ବି ଧୋଇଛନ୍ତି ମୁଖ୍ୟମନ୍ତ୍ରୀ । କହିଛନ୍ତି ଗତ ସରକାର କଲେଜ ଛାତ୍ର ସଂସଦ ନିର୍ବାଚନକୁ ବନ୍ଦ କରିଥିଲା। କିନ୍ତୁ ନୂଆ ସରକାର ସେହି ପରମ୍ପରାକୁ ଆରମ୍ଭ କରିବେ । ଛାତ୍ରଛାତ୍ରୀଙ୍କ ମୌଳିକ ଅଧିକାରକୁ ସମ୍ମାନ ଦେବେ।