ବାଲିଯାତ୍ରାରେ ଦୋକାନ ନୀଲାମି ପ୍ରସଙ୍ଗ ଉଠାଇଲେ କଟକ-ବାରବାଟୀ ବିଧାୟିକା ସୋଫିଆ ଫିରଦୋଷ । ବାଲିଯାତ୍ରାରେ ଦୋକାନ ନିଲାମୀ ପ୍ରକ୍ରିୟାକୁ ତୁରନ୍ତ ବନ୍ଦ କରାଯାଇ, ପୁରୁଣା ପ୍ରକ୍ରିୟାରେ ଦୋକାନ କରିବା ସହିତ ସୁଲଭ ମୂଲ୍ୟ ଦୋକାନ ଯୋଗାଇ ଦିଆଯାଉ ବୋଲି ଦାବି କରିଛନ୍ତି । ପୂର୍ବରୁ ବର୍ଗ ଫୁଟ୍ ପିଛା ୨୦ରୁ ୨୫ଟଙ୍କା ଦିଆଯାଉଥିବା ବେଳେ ଏବେ ବର୍ଗ ଫୁଟ୍ ପିଛା ୮୦୦ଟଙ୍କା ନିଆଯାଉଛି। ଫଳରେ ଗରିବ ବ୍ୟବସାୟୀ ଓ ଏସଏଚଜି ମହିଳାମାନେ ଷ୍ଟଲ ଖୋଲିବାରୁ ବଞ୍ଚିତ ହେଉଛନ୍ତି। ଏହାସହିତ ବାଲିଯାତ୍ରା ପଡ଼ିଆକୁ ବୃଦ୍ଧି କରିବାକୁ ଦାବି କରିଛନ୍ତି ସୋଫିଆ। ତେବେ ଏହି ସମସ୍ୟା ଫଳରେ ସେମାନେ ପାରାଦ୍ୱୀପ ଏବଂ ଭୁବନେଶ୍ୱର ଚାଲି ଯାଉଛନ୍ତି । କ୍ୟାବିନେଟ ନିଷ୍ପତି ଅନୁସାରେ ପଦକ୍ଷେପ ନିଅନ୍ତୁ ବୋଲି ଦାବି କଲେ ସୋଫିଆ ଫିରଦୋଷ ।