କର୍ଣ୍ଣାଟକ ହାଇକୋର୍ଟର ବିଚାରପତି ଜଷ୍ଟିସ ଭି ଶୀର୍ଷାନନ୍ଦ କ୍ଷମା ପ୍ରାର୍ଥନା କରିବା ପରେ ଦେଇଥିବା ଆପତ୍ତିଜନକ ମନ୍ତବ୍ୟ ବିରୋଧରେ ସୁପ୍ରିମକୋର୍ଟର ସ୍ୱତନ୍ତ୍ର ୫ ଜଣିଆ ଖଣ୍ଡପୀଠ ବୁଧବାର ଶୁଣାଣି ବନ୍ଦ କରିଦେଇଛନ୍ତି। ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଡିୱାଇ ଚନ୍ଦ୍ରଚୂଡ ଶ୍ରୀଶାନନ୍ଦଙ୍କ ଉପରେ ବର୍ଷିଛନ୍ତି। ସେ କହିଛନ୍ତି, ଆପଣ ଭାରତର କୌଣସି ବି ଅଞ୍ଚଳକୁ ଏପରି ଭାବେ ପାକିସ୍ତାନ କହି ସମ୍ବୋଧନ କରିପାରିବେ ନାହିଁ। ଭାଇରାଲ ଭିଡିଓରେ ଦେଖିବାକୁ ମିଳିଥିଲା ଯେ ହାଇକୋର୍ଟର ବିଚାରପତି ଜଷ୍ଟିସ ଭି ଶ୍ରୀଶାନନ୍ଦ ବେଙ୍ଗାଲୁରୁର ଏକ ଅଞ୍ଚଳକୁ ‘ପାକିସ୍ତାନ’ ବୋଲି କହିଥିଲେ। ଯାହାକୁ ନେଇ ବିବାଦ ଉପୁଜିଥିଲା। ତେବେ ଏହାକୁ ନେଇ ତାଙ୍କ ଉପରେ ବର୍ଷିଥିଲେ ସିଜେଆଇ ଚନ୍ଦ୍ରଚୂଡ।