ଦ୍ୱିତୀୟ ପିଢିର ନେତାମାନେ ବେଶ୍ ପରିଶ୍ରମୀ । ସେମାନେ ଝାଳନାଳ ହୋଇ ଦଳ ପାଇଁ ଖଟିଲେ । ନିବାର୍ଚନ ପରିଚାଳନାରେ ଏମାନେ ନିଜର ପାରଦର୍ଶିତା ବେଶ୍ ପ୍ରଭାବୀ ଭାବେ ପ୍ରଦର୍ଶନ କରି ୨୦୦୪, ୨୦୦୯ ଓ ୨୦୧୪ରେ ଦଳକୁ ବିପୁଳ ସଫଳତା ଆଣିଦେଲେ । ଏହାପରେ ରାଜନୀତିରେ ବେଶ୍ ପରିପକ୍ୱ ନବୀନ ଦ୍ୱିତୀୟ ପିଢ଼ିର ଉତ୍ଥାନ ଉପରେ ଅତ୍ୟନ୍ତ କୁଶଳୀ ଭାବେ ବ୍ରେକ୍ ଲଗାଇଥିଲେ ।

ଜନୀତି ଏକ ପଶାପାଲି ଭଳି ଏକ ଚତୁର କ୍ରୀଡା ବୋଲି କୁହାଯାଏ । କେହି କେହି ଏହାକୁ ରୋମାଚଂକର ଚେସ୍ ଖେଳ ସହିତ ତୁଳନା କରିଥାନ୍ତି । ଏହି ଖେଳ ଖେଳିବାକୁ ହେଲେ ବେଶ୍ ଚତୁରତାର ସହିତ ତଥା ଧ୍ୟାନ ନିବେଶ କରି ଗୋଟି ଚଳନା କରିବାକୁ ହେବ । ସାମାନ୍ୟ ଭୂଲ୍ ହେଲେ ପ୍ରତିପକ୍ଷ କେବଳ ପରବର୍ତ୍ତି ଗୋଟି ଚାଳନା ଳାଗି ପଥ ଓଗାଳି ନଥାଏ, ଏକ ଶକ୍ତ ପରାଜୟ ଦେବାରେ କୌଣସି ତ୍ରୁଟି କରିନଥାଏ ।
ଓଡ଼ିଶା ରାଜନୀତିର ପଶାପାଲିରେ ଅତୀତରେ ହରେକୃଷ୍ଣ ମହତାବ ଓ ଜାନକୀ ପଟ୍ଟନାୟକଙ୍କ ଭଳି ବହୁ ବିଚକ୍ଷଣ ରାଜନୈତିକ ବ୍ୟକ୍ତି ବେଶ୍ ଚତୁରତାର ସହିତ ଗୋଟି ଚାଳନା କରିଥିବା ଏବଂ ଏଥିଯୋଗୁ ବହୁ ପରିମାଣରେ ସଫଳତା ହାସଲ କରିଥିବା ସମସ୍ତେ ଜାଣନ୍ତି । ବିଜୁ ପଟ୍ଟନାୟକ କିନ୍ତୁ ସାଧାସିଧା ପଲିଟିକ୍ସରେ ବିଶ୍ୱାସ କରୁଥିଲେ । ତେଣୁ ତାଙ୍କର ବ୍ୟାପକ ଜନାଦୃତି ଥିଲେ ମଧ୍ୟ ସେ ମହତାବ କିମ୍ବା ଜାନକୀଙ୍କ ଭଳି ସେତେଟା ସଫଳତା ପାଇପାରିନଥିଲେ କି ଲମ୍ବା ସମୟ ଲାଗି କ୍ଷମତା ରାଜନୀତିରେ ରହିପାରିନଥିଲେ ।