ପାକିସ୍ତାନ କ୍ରିକେଟ୍ ଟିମ୍ । କିଛି ନା କିଛି କାରଣରୁ ରହିଥାଏ ଚର୍ଚ୍ଚାରେ । ଏବେ କ୍ୟାପଟେନଙ୍କୁ ନେଇ ଆଲୋଚନା ।ଏଥିରେ ବାବର ଆଜାମଙ୍କ ପ୍ରଦର୍ଶନ ବହୁତ ଖରାପ ରହିଥିଲା । ଏମିତିକି ବାବରଙ୍କୁ ଅନେକ ସମାଲୋଚନାର ସାମ୍ନା କରିବାକୁ ପଡିଛି । ବର୍ତ୍ତମାନ ବାବରଙ୍କ ଉପରେ ଘୁରି ବୁଲୁଛି ସଙ୍କଟର କଳା ବାଦଲ । ଏବେ ବାବର ଟି-୨୦ କ୍ୟାପଟେନସିପ୍ରୁ ହୋଇପାରନ୍ତି ବିଦା । ୧୨ ସେପ୍ଟେମ୍ବରରୁ ପାକିସ୍ତାନରେ ଚାମ୍ପିଅନ୍ସ ODI କପ୍ ଆରମ୍ଭ ହେବ । ପାକିସ୍ତାନ ସହିତ ଅନ୍ୟ ଦେଶର ଖେଳାଳିମାନେ ମଧ୍ୟ ଏଥିରେ ଖେଳିବେ। ଏହି ଟୁର୍ନାମେଣ୍ଟରେ ମୋଟ ୫ଟି ଟିମ୍ ଅଂଶଗ୍ରହଣ କରିବେ । ଆଉ ସମସ୍ତ ଅଧିନାୟକଙ୍କ ନାମ ସାମ୍ନାକୁ ଆସିଛି । ମହମ୍ମଦ ରିଜୱାନ୍, ଶାହିନ୍ ଆଫ୍ରିଦି, ଶାଦାବ ଖାନ୍, ମହମ୍ମଦ ହରିସ୍ ଏବଂ ଶକିଲଙ୍କୁ ଅଧିନାୟକ କରାଯାଇଛି । କିନ୍ତୁ ବାବରଙ୍କୁ କୌଣସି ଟିମର ଦାୟିତ୍ବ ଦିଆଯାଇନି । ଏହା ମଧ୍ୟ ଏକ ସଙ୍କେତ ଯେ ବାବରଙ୍କ ଭବିଷ୍ୟତ ବହୁତ କଠିନ ହେବାକୁ ଯାଉଛି ।