ପ୍ରଦୂଷଣ ନିୟନ୍ତ୍ରଣ ନିୟମ ପାଳନ କରୁନି ବୁର୍ଲା ଭିମସାର । ନିୟମ ଉଲ୍ଲଂଘନ ପାଇଁ ଜରିମାନା କରିଛି ସିପିସିବି । ଦିନକୁ ୩ ହଜାର ଟଙ୍କା ହିସାବରେ ୧୧ ଲକ୍ଷ ୨୨ ହଜାର ଟଙ୍କା ଜୋରିମାନା କରାଯାଇଛି । ଭିମସାରର ବର୍ଜ୍ୟବସ୍ତୁ ପରିଚାଳନାର ସ୍ଥିତି ପରଖିବା ପାଇଁ ବିଗତ ଦିନରେ କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଏକ ଟିମ୍ ଭିମସାର ପରିଦର୍ଶନ କରିଥିଲା । ଏହି ସମୟରେ ସବୁକିଛି ଠିକ୍ ଠାକ୍ ନଥିବା ଦେଖିବାକୁ ପାଇଥିଲେ । ଯାହାଫଳରେ ଏକ କାରଣ ଦର୍ଶାଅ ନୋଟିସ ଜାରି କରିବା ସହ ବର୍ଜ୍ୟବସ୍ତୁ ପରିଚାଳନାର ମାନଦଣ୍ଡ ପୂରଣ ପାଇଁ ନିର୍ଦ୍ଦେଶ ଦେଇଥିଲେ । ହେଲେ ଭିମସାର ତାହା ପୂରଣ ନକରିବାରୁ ଶେଷରେ ୧୧ ଲକ୍ଷ ୨୨ ହଜାର ଟଙ୍କା ଫାଇନ କରାଯାଇଛି । ୧୫ ଦିନ ମଧ୍ୟରେ ଅର୍ଥରାଶି ଜମା କରିବାକୁ ନିର୍ଦ୍ଦେଶ ରହିଛି । ନଚେତ୍ କଡା କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଚେତାବନୀ ଦେଇଛି କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ।ସରକାରୀ ସଂସ୍ଥା ତଥା ଜରୁରୀସେବା ପ୍ରଦାନକାରୀ ସଂସ୍ଥା ଭିମସାର ନିୟମ ଭାଙ୍ଗିବା ଘଟଣାକୁ କେହି ସହଜରେ ଗ୍ରହଣ କରି ପାରୁନାହାନ୍ତି ।