ଭାରତପୁର ଥାନାରେ ହାଇଡ୍ରାମା ଘଟଣା । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଭେଟିଲେ ସେନା କ୍ୟାପଟେନ୍ ଓ ତାଙ୍କ ବାନ୍ଧବୀ । ଅଙ୍କିତାଙ୍କ ସହ ତାଙ୍କ ବାପା ମଧ୍ୟ ଅଛନ୍ତି। କିଛି ଅବସରପ୍ରାପ୍ତ ସେନା ଅଧିକାରୀ ବି ମୁଖ୍ୟମନ୍ତ୍ରୀଙ୍କୁ ଭେଟିଛନ୍ତି।ଖବର ଅନୁଯାୟୀ, ଭରତପୁର ହାଇଡ୍ରାମା ଘଟଣାରେ ମୁଖ୍ୟମନ୍ତ୍ରୀ ବିଚାର ବିଭାଗୀୟ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । ଜଷ୍ଟିସ୍ ଚିତରଞ୍ଜନ ଦାସଙ୍କ ନେତୃତ୍ୱରେ ଏହାର ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ୬୦ ଦିନ ମଧ୍ୟରେ ରିପୋର୍ଟ ପ୍ରଦାନ କରିବାକୁ ମାନ୍ୟବର କମିଶନକୁ ଅନୁରୋଧ କରାଯାଇଛି । ଏହାସହିତ ମାନ୍ୟବର ହାଇକୋର୍ଟଙ୍କ ପ୍ରତ୍ୟକ୍ଷ ତଦାରଖରେ କ୍ରାଇମବ୍ରାଞ୍ଚ ତଦନ୍ତକୁ ତ୍ବରାନ୍ବିତ କରିବା ପାଇଁ ମଧ୍ୟ ମାନ୍ୟବର ହାଇକୋର୍ଟଙ୍କୁ ଅନୁରୋଧ କରାଯାଇଛି।