ଭରତପୁର ଥାନାରେ ମେଜର ଓ ତାଙ୍କ ବାନ୍ଧବୀଙ୍କୁ ନିର୍ଯାତନା ମାମଲାରେ ଏକ ବଡ଼ ଅପଡେଟ ସାମନାକୁ ଆସିଛି । ତାହା ହେଲା ଗଣମାଧ୍ୟମରେ ସମ୍ପୃକ୍ତ ମେଜର ଓ ତାଙ୍କ ବାନ୍ଧବୀଙ୍କ ନାମକୁ ପ୍ରକାଶ କରାଯାଇପାରିବ ନାହିଁ । ଏଥିସହିତ ସମସ୍ତ ଥାନାର ସିସିଟିଭି ସ୍ଥିତି ଜଣାଇବାକୁ ଏଡିଜିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ। ଏଡିଜି ଆଧୁନିକୀକରଣଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ। ଯଦି ସିସିଟିଭି ନାହିଁ ତେବେ କେବେ ସୁଦ୍ଧା ସମସ୍ତ ଥାନାରେ ଲଗାଯିବ ସେ ନେଇ ହାଇକୋର୍ଟ ପଚାରିଛନ୍ତି । ମାମଲା ତଦନ୍ତର ଅନୁଧ୍ୟାନ ପାଇଁ ମନା କରିଛନ୍ତି ହାଇକୋର୍ଟ।ଏଭଳି ଘଟଣା ର ଯେପରି ପୁନଃରାବୃତ୍ତି ନହୁଏ, ସେନେଇ ଦୃଷ୍ଟି ଦେବାକୁ କହିଛନ୍ତି । ସରକାର ବିଚାର ବିଭାଗୀୟ ତଦନ୍ତ, କ୍ରାଇମ୍ ବ୍ରାଞ୍ଚ କୁ ତିନି ଅଭିଯୋଗ ର ତଦନ୍ତ, ପୋଲିସଙ୍କ ନିଲମ୍ବନ ସଂକ୍ରାନ୍ତରେ ଅବଗତ କରିବାକୁ କହିଛନ୍ତି କୋର୍ଟ ।