କଣ୍ଠଶିଳ୍ପୀ ପମି ମିଶ୍ର ସାଇବର ଥାନାର ଦ୍ୱାରସ୍ଥ ହୋଇଛନ୍ତି। ସଙ୍ଗୀତ ଚୋରି ନେଇ ପ୍ରଯୋଜନ ସଂସ୍ଥା ନାଁରେ ଅଭିଯୋଗ କରିଛନ୍ତି। ୧୪ ବର୍ଷ ତଳର ପୁରୁଣା ଗୀତକୁ ଚୋରି କରିବା ସହ ନିଜର ଦର୍ଶାଇ ବାଃ ବାଃ ନେଉଛନ୍ତି ଅନ୍ୟ ପ୍ରଯୋଜକ ଓ କଣ୍ଠଶିଳ୍ପୀ । ଏ ନେଇ ସାଇ ସାଗର କ୍ରିଏସନ୍ ଓ ପବିତ୍ର ଏଣ୍ଟରଟେନମେଣ୍ଟ ନାଁରେ ସାଇବର ଥାନାରେ ଅଭିଯୋଗ ହୋଇଛି । କଣ୍ଠଶିଳ୍ପୀ ପମି କହିଛନ୍ତି ପ୍ରତିଭା ଦାସଙ୍କ ନାମରେ ଅଭିଯୋଗ ଆଣି କହିଛନ୍ତି ସେ ଗାଇଥିବା ଗୀତକୁ ସାଇ ସାଗର କ୍ରିଏସନ୍ରେ ଅପଲୋଡ କରାଯାଇଛି। ସେ ଗାଇଥିବା ଗୀତ ‘ବୋଉ ଲୋ ବୋଉ’କୁ ପ୍ରତିଭା ଦାସ ତାଙ୍କ ନାମ ଦେଇ ଅପଲୋଡ କରିଥିବା ଅଭିଯୋଗ କରିଛନ୍ତି। ସେହିପରି ପ୍ରଯୋଜକ ପୂର୍ଣ୍ଣଚନ୍ଦ୍ର ବେହେରା ମଧ୍ୟ ତାଙ୍କ ଦୁଇଟି ଗୀତ ଚୋରି ହୋଇଥିବା ନେଇ ଥାନାରେ ଅଭିଯୋଗ କରିଛନ୍ତି।ସଂପୃକ୍ତ ସ୍ବାମୀ, ସ୍ତ୍ରୀ ଓ ଚ୍ୟାନେଲ ନାଁରେ ବିଶିଷ୍ଟ କଣ୍ଠଶିଳ୍ପୀ ପମି ମିଶ୍ର ମାନହାନୀ ମୋକଦ୍ଦମା କରିଛନ୍ତି ।