ମାର୍କ୍ସବାଦୀ କମ୍ୟୁନିଷ୍ଟ ପାର୍ଟି ସିପିଆଇ (ଏମ୍) ସାଧାରଣ ସମ୍ପାଦକ ସୀତାରାମ ୟେଚୁରିଙ୍କ ପରଲୋକ ହୋଇଛି। ୭୨ ବର୍ଷ ବୟସରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ଗତ କିଛି ଦିନ ହେବ ବରିଷ୍ଠ କମ୍ୟୁନିଷ୍ଟ ନେତା ସୀତାରାମ ନିମୋନିଆରେ ପୀଡିତ ହୋଇ ଚିକିତ୍ସିତ ହେଉଥିଲେ ।ସିପିଆଇଏମ ମହାସଚିବ ଥିଲେ ସୀତାରାମ ୟେଚୁରୀ । ୧୨ ଅଗଷ୍ଟ, ୧୯୫୨ରେ ମାଡ୍ରାସରେ ଜନ୍ମଗ୍ରହଣ କରିଥିଲେ ସୀତାରାମ । ତେଲୁଗୁ ବ୍ରାହ୍ମଣ ପରିବାରରେ ଜନ୍ମ ନେଇଥିଲେ ୟେଚୁରୀ । ଜେଏନୟୁରେ ଅର୍ଥଶାସ୍ତ୍ରରେ ସ୍ନାତକୋତ୍ତର କରିଥିଲେ ୟେଚୁରୀ । ଜେନେୟୁରେ ଛାତ୍ରନେତା ଭାବେ ଆରମ୍ଭ କରିଥିଲେ ରାଜନୀତି କ୍ୟାରିୟର । ଏମରଜେନ୍ସି ସମୟରେ ଗିରଫ ମଧ୍ୟ ହୋଇଥିଲେ ସୀତାରାମ ।