ଶ୍ରୀମନ୍ଦିର ରତ୍ନଣ୍ଡାର ପରେ ତ୍ରୟୋଦଶ ଶତାବ୍ଦୀରେ ନିର୍ମିତ କଳା ଭାଷ୍କର୍ଯ୍ୟର କୀର୍ତ୍ତିବହନ କରୁଥିବା ସୂର୍ଯ୍ୟ ମନ୍ଦିର ଚତୁଃପାଶ୍ୱର୍ରେ ଗ୍ରାଉଣ୍ଡ ପେନିଟ୍ରେସନ୍ ରାଡର( ଜିପିଆର୍) ସର୍ଭେ ଆରମ୍ଭ କରିଛି ଭାରତୀୟ ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ ସଂସ୍ଥା(ଏଏସ୍ଆଇ)।ପ୍ରାୟ ୫ଘଣ୍ଟାରୁ ଅଧିକ ସମୟ ଧରି ୧୫ ମିଟର ଭୂତଳକୁ ସ୍କାନିଂ କରାଯାଇଥିଲା। ଏହି ସମୟରେ ଦୁଇଟି ଜାଗାରେ ବାଲି ତଳେ ମୂର୍ତ୍ତି ରହିଥିବା ଜଣାପଡ଼ିଛି। ସେହି ସ୍ଥାନକୁ ସଫା କରାଯାଉଛି। ଏହା ଦୁଇଦିନ ଧରି ଚାଲିବ। ଏହାପରେ ମାଟି ଖୋଳାଯାଇ ମୂର୍ତ୍ତି ବାହାର କରାଯିବ ବୋଲି ସୂଚନା ମିଳିଛି। ବାଲି ତଳେ କେତେ ପୁରାତନ କାରୁକାର୍ଯ୍ୟ ଓ ମୂର୍ତ୍ତି ସବୁ ରହିଛି ତାହା ଏହି ଜିପିଆର୍ ସର୍ଭେରେ ଜଣାପଡ଼ିବ। ବିଶିଷ୍ଟ ଐତିହାସିକ ଅବଦୁଲ ଫଜଲଙ୍କ ଦ୍ୱାରା ଲିଖିତ ଆଇନ୍-ଇ-ଆକବରୀରେ ଓ ଐତିହାସିକ ଅରବିନ୍ଦ ଚାଟ୍ଟାର୍ଜୀଙ୍କ ଦ୍ୱାରା ଲିଖିତ ପୁସ୍ତକରେ ସୂର୍ଯ୍ୟମନ୍ଦିର ଚତୁଃପାଶ୍ୱର୍ରେ ଆଉ ୨୭ଟି ନକ୍ଷତ୍ରଙ୍କ ଛୋଟ ଛୋଟ ମନ୍ଦିର ଥିବା ଜଣାଯାଏ। ବୋଲି ତଳେ କେତେ ପୁରାତନ କାରୁକାର୍ଯ୍ୟ ମୂର୍ତ୍ତି ସବୁ ରହିଛି ଏହି ଜିପିଆର୍ ସର୍ଭେରୁ ଜଣାପଡ଼ି। ସୂର୍ଯ୍ୟମନ୍ଦିର ବେଢ଼ା ଚତୁଃପାଶ୍ୱର୍ରେ ଏବେ ବି ବହୁ ସୂକ୍ଷ୍ମ କାରୁ କାର୍ଯ୍ୟ ପ୍ରତିମୂର୍ତ୍ତି ପଡ଼ି ରହିଛି।