ପାର୍ବଣ ଋତୁ ପାଇଁ ଭାରତୀୟ ରେଲଓ୍ବେ ଆଗକୁ ପ୍ରସ୍ତୁତି ଆରମ୍ଭ କରିଦେଇଛି। ଭାରତୀୟ ରେଲଓ୍ବେ ଦୁର୍ଗା ପୂଜା, ଦିପାବଳୀ ଏବଂ ଛଠ୍ ଅବସରରେ ୧ କୋଟିରୁ ଅଧିକ ଯାତ୍ରୀଙ୍କ ସୁବିଧା ପାଇଁ ୬ ହଜାର ସ୍ବତନ୍ତ୍ର ଟ୍ରେନ ଚଳାଇବା ନେଇ ନିଷ୍ପତ୍ତି ନେଇଛନ୍ତି। ୧୦୮ ଟ୍ରେନରେ ଅତିରିକ୍ତ ସାମାନ୍ୟ ବଗି ସହ ୧୨ ହଜାର ୫ ଶହ ବଗି ଯୋଡ଼ାଯିବ । ବିଶେଷ କରି ବିହାର, ଉତ୍ତର ପ୍ରଦେଶ ଏବଂ ପଶ୍ଚିମବଙ୍ଗ ଯାଉଥିବା ଅନେକ ଟ୍ରେନ ରୁଟରେ ଦୁର୍ଗା ପୂଜା, ଦିପାବଳୀ ଏବଂ ଛଠ୍ ପୂଜା ସମୟରେ ପ୍ରବଳ ଭିଡ଼ ରହିଥାଏ। ତେବେ ଦୁର୍ଗା ପୂଜା ଉତ୍ସବ ଅକ୍ଟୋବର ୯ରୁ ଆରମ୍ଭ ହେବ, ଅକ୍ଟୋବର ୩୧ରେ ଦିପାବଳୀ ଏବଂ ନଭେମ୍ବର ୭ ଓ ୮ରେ ଛଠ୍ ପୂଜା ପାଳନ ହେବ।