ଆଜି ଜନସାଧାରଣଙ୍କ ଅଭିଯୋଗର ଶୁଣାଣି କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ବିଧାନସଭା କାର୍ଯ୍ୟକ୍ରମ ସହ ଅନ୍ୟାନ୍ୟ ଛୁଟି କାରଣରୁ ଦୀର୍ଘଦିନ ହେବ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ବନ୍ଦ ରହିଥିଲା ।ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି ଲାଗି ୧୦୦୦ ଜଣ ଅଭିଯୋଗକାରୀ ସେମାନଙ୍କ ନାମ ପଞ୍ଜୀକରଣ କରିସାରିଛନ୍ତି । ପଞ୍ଜୀକୃତ ଅଭିଯୋଗକାରୀମାନେ ଆଜି ମୁଖ୍ୟମନ୍ତ୍ରୀଙ୍କୁ ଭେଟି ନିଜ ନିଜର ଅଭିଯୋଗ ଜଣାଇବା ସହ ଏହାର ସମାଧାନ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଗୁହାରି କରିବେ । ଏଥିପାଇଁ ସକାଳୁ ସକାଳୁ ଅଭିଯୋଗକାରୀଙ୍କ ଭିଡ଼ ଜମିଲାଣି।ଏହାବ୍ୟତୀତ ଆଜି ଯେଉଁମାନେ ଆସୁଛନ୍ତି ସେମାନେ ଅଣ ପଞ୍ଜିକୃତଙ୍କ ପାଇଁ ଖୋଲାଯାଇଥିବା କାଉଣ୍ଟରରେ ପଞ୍ଜିକରଣ କରାଇ ସ୍ୱୀକୃତି ନେଇପାରିବେ।ମାତ୍ର ଆଜି ମୁଖ୍ୟମନ୍ତ୍ରୀଙ୍କୁ ଭେଟିବାର ସୁଯୋଗ ପାଇବେନି ଅଣପଞ୍ଜିକୃତ ଅଭିଯୋଗକାରୀ। ଏହାରି ମଧ୍ୟରେ ବଦଳିଛି ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି ସ୍ଥାନ, ଆଜିଠୁ ନୂଆ ଠିକଣାରେ ଅଭିଯୋଗ ଶୁଣାଣି କରିବେ ମୁଖ୍ୟମନ୍ତ୍ରୀ । ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣିର ନୂଆ ଠିକଣା ହେଉଛି ଭିଆଇଆଇଆଇଏମଆର-୪ ।