ସୁଭଦ୍ରା ଯୋଜନା ଓଡ଼ିଶା ରାଜ୍ୟରେ ସରକାର କେବଳ ମହିଳା ମାନଙ୍କ ପାଇଁ ଘୋଷଣା କରିଛନ୍ତି। କେବଳ ଓଡ଼ିଶା ରାଜ୍ୟର ମହିଳା ବାସିନ୍ଦା ଏହି ଯୋଜନାର ଲାଭ ଉଠାଇ ପାରିବେ। ସରକାରଙ୍କ ତରଫରୁ ଓଡ଼ିଶାର ଯୋଗ୍ୟ ମହିଳା ମାନଙ୍କୁ ରାଜ୍ୟ ସରକାର ୫୦୦୦୦ ଟଙ୍କା ପ୍ରଦାନ କରିବେ।
ତେବେ ଯାହାଙ୍କ ବୟସ ୨୧ ରୁ ୫୯ ମଧ୍ୟରେ ହୋଇଥିବ ସେହି ମହିଳା ମାନେ ଏହି ଯୋଜନାର ଲାଭ ଉଠାଇ ପାରିବେ।
ରାଜ୍ୟର ୧ କୋଟିରୁ ଅଧିକ ମହିଳା ଏହି ଯୋଜନାରେ ଉପକୃତ ହେବେ | ଏହି ଯୋଗ୍ୟ ବିବେଚିତ ହୋଇଥିବା ମହିଳା ମାନେ ସୁଭଦ୍ରା ଡେବିଟ କାର୍ଡ (Debit Card) ପାଇ ପାରିବେ। ପ୍ରତି ବର୍ଷ ସୁଭଦ୍ରା ଯୋଜନାରେ ମିଳିବ ଟଙ୍କା।
ବର୍ଷକୁ ଦୁଇଟି କିସ୍ତିରେ ସରକାର ପ୍ରଦାନ କରିବେ ଟଙ୍କା। ଥରକୁ ପାଞ୍ଚ ହଜାର ହିସାବରେ ବର୍ଷକୁ ଦୁଇଥର ଅର୍ଥାତ୍ ମୋଟ ବର୍ଷକୁ ୧୦,୦୦୦ (ଦଶ ହଜାର) ଟଙ୍କା ପାଇପାରିବେ ଲାଭାର୍ଥି।ଯୋଗ୍ୟ ଆବେଦନକାରୀଙ୍କୁ ୫ ବର୍ଷ ମଧ୍ୟରେ ମିଳିବ ମୋଟ ୫୦,୦୦୦ (ପଚାଶ ହଜାର) ଟଙ୍କା।
ଆବେଦନ କରିବା ପାଇଁ ହେଲେ ମହିଳାଙ୍କ ଏହି ଯୋଗ୍ୟତା ଥିବା ଆବଶ୍ୟକ ଯଥା – ମହିଳା ଯାହାଙ୍କ ବୟସ ୨୧ ରୁ ୫୯ ବର୍ଷ ମଧ୍ୟରେ ହୋଇଥିବ।ପରିବାରରେ ଏକାଧିକ ଯୋଗ୍ୟ ମହିଳା ଥିଲେ ବି ମିଳିବ ସୁଭଦ୍ରା ଟଙ୍କା। ବିଧବା ଭତ୍ତା ପାଉଥିବା ମହିଳା ତଥା ଛାତ୍ର ବୃତ୍ତି ପାଉଥିବା କଲେଜ ଛାତ୍ରୀଙ୍କୁ ମଧ୍ୟ ଏହି ଯୋଜନାରେ ଅନ୍ତର୍ଭୁକ୍ତ କରାଯିବ।ଅଙ୍ଗନୱାଡି କର୍ମୀ/ସହାୟିକା, ଆଶାକର୍ମୀ ମଧ୍ୟ କରିପାରିବେ ଆବେଦନ ।ସିଆରପି କରିପାରିବେ ଆବେଦନ।ଏମ୍ ବି କେ, ଆଉଟ୍ ସୋର୍ଶିଂ ସଂସ୍ଥାର ମହିଳା ମାନେ ମଧ୍ୟ ସୁଭଦ୍ରା ଯୋଜନାର ଲାଭ ଉଠାଇ ପାରିବେ।
ସୁଭଦ୍ରା ଯୋଜନାରେ ଆବେଦନ କରିବା ପୂର୍ବରୁ ଆପଣମାନଙ୍କୁ ଦରକାରୀ କାଗଜ ପତ୍ର ତଥା ଦସ୍ତାବେଜ ବିଷୟରେ ସଂପୂଣ୍ଣ ସୂଚନା ଥିବା ନିହାତି ଜରୁରୀ।ତାହେଲେ ଆସନ୍ତୁ ଜାଣିବା ସୁଭଦ୍ରା ଯୋଜନା ଆବେଦନ ପାଇଁ ଦରକାରୀ ଦସ୍ତାବେଜ ବିଷୟରେ। ଏହି ଯୋଜନାରେ ଆବେଦନ କରିବା ପାଇଁ ନିମ୍ନ ଲିଖିତ ଡକ୍ୟୁମେଣ୍ଟ୍ ଥିବା ଜରୁରୀ।
- ଆଧାର କାର୍ଡ ( Adha Card )
- ଆଧାର ଲିଙ୍କ ମୋବାଇଲ ନମ୍ୱର (Adha link mobile number)
- ବ୍ୟାଙ୍କ ପାସବୁକ୍ (Saving Bank Passbook)
- ଭୋଟର ଆଇଡି କାର୍ଡ (Voter Id Card)
- ରାସନ୍ କାର୍ଡ (Rasan Card)
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଦିନିକିଆ ଓଡ଼ିଶା ଗସ୍ତରେ ଆସି ‘ସୁଭଦ୍ରା’ ଯୋଜନାର ଶୁଭାରମ୍ଭ କରିଛନ୍ତି। ଏପରିକି ସୁଭଦ୍ରା ଯୋଜନାର ପ୍ରଥମ କିସ୍ତି ୫ହଜାର ଟଙ୍କା ହିତାଧିକାରୀଙ୍କ ଆକାଉଣ୍ଟଙ୍କୁ ଆସିଛି। ବର୍ତମାନ ସୁଦ୍ଧା ୬୦ ଲକ୍ଷରୁ ଉର୍ଧ ମହିଳା ନିଜ ନାମ ପଞ୍ଜିକରଣ କରି ସାରିଲେଣି | ଉପ ମୁଖ୍ୟ ମନ୍ତ୍ରୀଙ୍କ ଅନୁସାରେ ଏହା ମାର୍ଚ୍ଚ ମାସ ପର୍ଯ୍ୟନ୍ତ ଚାଲିବ | ତେଣୁ କୌଣସି ମହିଳା ଯେମିତି ଏହି ଯୋଜନା ରୁ ବଂଚିତ ନ ରୁଅନ୍ତୁ ସେଥିପ୍ରତି ସରକାର ଧ୍ୟାନ ଦେବେ |